ହ୍ବିଲ୍‌ଚେୟାର ଫେନ୍ସିଂ ବିଶ୍ବକପ୍-୨୦୨୨: ପ୍ରତିଯୋଗିତାରେ ଭାଗନେବେ ୪ ଓଡିଆ

ଭୁବନେଶ୍ବର,ଏନ୍ଏନ୍ଏସ୍: ଥାଇଲାଣ୍ଡର ପଟାୟା ସହରରେ ଆସନ୍ତା ୧୯-୨୨ ମେ’ ୨୦୨୨ ହେବାକୁ ଥିବା ହ୍ବିଲ୍‌ଚେୟାର ଫେନ୍ସିଂ ବିଶ୍ବକପ୍-୨୦୨୨ରେ ଓଡ଼ିଶାର ୪ ଖେଳାଳି ଭାଗନେବେ। ଭାଗ ନେବାକୁ ଥିବା ଖେଳାଳିମାନେ ହେଉଛନ୍ତି ପୂଜାସ୍ୱନି ନାୟକ, ଭି.ରମେଶ ରାଓ, ରାଖାଲ୍ କୁମାର ସେଠୀ ଏବଂ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାଏ।

ଭାରତୀୟ ଦଳରେ ଓଡ଼ିଶାର ସ୍ଥାନ ପାଇଛନ୍ତି ଅଭିଜ୍ଞ ଖେଳାଳି ଭି.ରମେଶ ରାଓ, ରାଖାଲ୍ ସେଠୀ, ପୂଜାସ୍ୱନି ନାୟକ ଓ ଓଡିଶାରୁ ପ୍ରଥମ ଥର ପାଇଁ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାଏଙ୍କୁ ଚୟନ କରାଯାଇଛି। ୨୦୨୧-୨୦୨୨ ଜାତୀୟ ଚାମ୍ପିଅନସିପ୍‌ରେ ରାଖାଲ ଓ ପୂଜାସ୍ୱନି ବ୍ୟକ୍ତିଗତ ଓ ଦଳଗତ ୬ ପଦକ ହାସଲ କରିଥିବାବେଳେ ଭି.ରମେଶ ରାଓ ବ୍ୟକ୍ତିଗତ ଓ ଦଳଗତ ୫ ଓ ପ୍ରଫୁଲ୍ଲ ବ୍ୟକ୍ତିଗତ ଓ ଦଳଗତ ୪ ଲେଖାଏଁ ପଦକ ହାସଲ କରିଥିଲେ। ଖେଳାଳିମାନେ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିବା ସହିତ ଉତ୍ତରୋତ୍ତର କାମନା କରିଛି ପାରା ସ୍ପୋର୍ଟସ ଆସୋସିଏସନ ଅଫ୍ ଓଡ଼ିଶା।