ନୂଆଦିଲ୍ଲୀ,ଏଜେନ୍ସି: କେରଳରେ ଲାଗି ଜାରି ରହିଛି। ଅନେକ ଅଞ୍ଚଳରେ ବର୍ଷା ପରେ ଆଇଏମଡି ପକ୍ଷରୁ ୭ ଜିଲ୍ଲାରେ ସାରା ଦିନ ହାଇଆଲର୍ଟ ଜାରି କରାଯାଇଛି। ସବୁ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ତ୍ରିଶୁର, ପଲକ୍କଡ, କୋଝିକୋଡ, ୱାଇନାଡ, କତ୍ରୁର, କାସିରଗୋଡରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ତେବେ ପାଣିପାଗ ବିଭାଗ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଥିଲା।
କେରଳ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କେରଳ ଓ ଏହାର ଆଖପାଖ ଅଞ୍ଚଳରେ ଟ୍ରାପ ଲାଇନ ପ୍ରଭାବରେ ୫ ଦିନ ପ୍ରବଳ ବର୍ଷାର ଆଲର୍ଟ ଜାରି ହୋଇଛି। କେନ୍ଦ୍ରୀୟ ପାଣିପାଗ ବିଭାଗ ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ନେଇ ଅନୁମାନ କରିଛି। କେରଳରେ କିଛି ଦିନ ଧରି ବର୍ଷା ପରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି।
ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି। ପ୍ରବଳ ବର୍ଷାକୁ ନଜରରେ ରଖି ରାଜ୍ୟ ସରକାର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାର ପରିସ୍ଥିତିକୁ ନଜରରେ ରଖି ପ୍ରସ୍ତୁତ ରହିବାକୁ କୁହାଯାଇଛି।