ନେପାଳ ବିମାନ ନିଖୋଜ ଘଟଣା: ୨୨ ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ୪ ଓଡିଆ

ନୂଆଦିଲ୍ଲୀ,ଏଜେନ୍ସି: ୨୨ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ନେପାଳର ଟ୍ବିନ ଇଞ୍ଜିନ ୯ ଏନ୍‌ଏଇଟି ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ଆଶଙ୍କା କରାଯାଉଛି। ବିମାନରେ ୪ ଭାରତୀୟ ରହିଥିବା ନେଇ ସୂଚନା ମିଳିଛି। ତେବେ ଏହି ସମସ୍ତ ଭାରତୀୟ ଓଡ଼ିଶାବାସୀ ବୋଲି ଜଣା ପଡ଼ିଛି। ଏନେଇ ତାଙ୍କ କେୟାର ଟେକର ଟିକନ ସାମଲ ସୂଚନା ଦେଇଛନ୍ତି। ଭୁବନେଶ୍ବର ଜୟଦେବ ବିହାର ଗଙ୍ଗାଧର ନଗର ଏଚାଆଇଚି ୫ନଂ ଭୁବନେଶ୍ବର ଜୟଦେବ ବିହାର ଗଙ୍ଗାଧର ନଗର ଏଚାଆଇଚି ୫ନଂରେ ରୁହନ୍ତି ଅଶୋକ ତ୍ରିପାଠୀ।

ସେ ମେ ମାସ ୨୬ ତାରିଖରେ ମୁମ୍ବାଇ ତାଙ୍କ ପତ୍ନୀଙ୍କ ପାଖକୁ ଯାଇଥିଲେ। ଦୀର୍ଘ ୩ ବର୍ଷ ପରେ ସେ ତାଙ୍କ ପରିବାରକୁ ଦେଖା କରିବାକୁ ଯାଇଥିଲେ। ସେଠାରୁ ତାଙ୍କ ପରିବାର ସହିତ ନେପାଳ ବୁଲିବାକୁ ଯିବାର ଥିଲା। କିନ୍ତୁ ଆଜି ତାଙ୍କ ପରିବାରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ପାରିନାହିଁ। ଅଶୋକ ଇନଫୋସିଟିରେ କାର୍ଯ୍ୟରତ ଥିଲେ ବୋଲି କହିଛନ୍ତି କେୟାର ଟେକର ଟିକନ ସାମଲ। ବିମାନ ନିଖୋଜ ହେବା ଘଟଣା ଜଣା ପଡ଼ିବା ପରେ ଅଶୋକଙ୍କ ଭାଇ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ।