Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବେଆଇନ ନିଶା କାରବାରରେ ୬ ଗିରଫ, ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ ସହ ୨ ବନ୍ଧୁକ, ୧୭ ଟି ଜୀବନ୍ତ ଗୁଳି, ୩ଟି କାର୍ ଓ ନଗଦ ୩ ଲକ୍ଷ ଟଙ୍କା ଜବତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବେଆଇନ ନିଶା କାରବାରରେ ୬ ଗିରଫ, ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ ସହ ୨ ବନ୍ଧୁକ, ୧୭ ଟି ଜୀବନ୍ତ ଗୁଳି, ୩ଟି କାର୍ ଓ ନଗଦ ୩ ଲକ୍ଷ ଟଙ୍କା ଜବତ

ବରଗଡ,ଏନ୍ଏନ୍ଏସ୍: ବେଆଇନ ନିଶା କାରବାର ଅଭିଯୋଗରେ ବରପାଲି ପୁଲିସ ୬ଜଣ ଅଭିଯୁକ୍ତକୁ ଗିରଫ କରାବା ସହ ସେମାନଙ୍କଠାରୁ ବିପୁଳ ପରିମାଣର ଗଞ୍ଜେଇ ଓ କଫସିରଫ ଜବତ କରିଛି। ଏଥିସହ ପୁଲିସ ଗିରଫ ନିଶା ବେପାରୀଙ୍କଠାରୁ ୨ଟି ବନ୍ଧୁକ, ୧୭ଟି ଜୀବନ୍ତ ଗୁଳି, ନଗଦ ୨ ଲକ୍ଷ ୮୯ ହଜାର ୮ଶହ ଟଙ୍କା ସହ ୩ଟି ଚାରିଚକିଆ ଗାଡି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ବରଗଡ଼ ମହାନ୍ତିପଡାର ଶେଖ ମଇନୁଦ୍ଦିନ, ବିଞ୍ଜାଲ ପଡାର ଲିଙ୍ଗରାଜ ମେହେର, ବରଗଡ଼ ୱାର୍ଡ ନଂ- ୧୦ର ଶେଖ ହାଇଦର, ଭଟଲି ନୁଆଗଡ଼ର କମଲ ବେହେରା, ଭଟଲି ବଡମାଲର ସୂର୍ଯ୍ୟକାନ୍ତ ସାହୁ ଏବଂ ପରେଶ ସାହୁ ବୋଲି ଜଣାପଡିଛ।

ଗିରଫ ଅଭିଯୁକ୍ତମାନେ ବଲାଙ୍ଗିରରୁ ବରଗଡ଼ ଆସୁଥିବା ବେଳେ ବରପାଲି ପୁଲିସ ୨୬ ନମ୍ବର ଜାତୀୟ ରାଜପଥର କରିସ୍ମା ଢ଼ାବା ନିକଟରେ ସେମାନଙ୍କ ଗାଡିଗୁଡିକ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ପୁଲିସ ସେମାନଙ୍କ ଗାଡିରୁ ୭୨କେଜି ଗଞ୍ଜେଇ, ୧୬୦୦ ବୋତଲ କଫସିରପ, ୨ଟି ବନ୍ଧୁକ, ୧୭ଟି ଜୀବନ୍ତ ଗୁଳି, ୮ଟି ମୋବାଇଲ ଏବଂ ନଗଦ ଟଙ୍କା ଜବତ କରିଥିଲା। ଜବତ ଗଞ୍ଜେଇ ଓ କଫସିରପ ଲକ୍ଷାଧିକ ଟଙ୍କାର ହୋଇଥିବା ବେଳେ ତାହା ବରଗଡ଼ ଅଞ୍ଚଳକୁ ଆସୁଥିବା ଜଣାପଡିଛି। ପୁଲିସ ଗଞ୍ଜେଇ ଏବଂ କଫସିରପ୍ ସହ ଅଭିଯୁକ୍ତମାନଙ୍କ ୩ଟି ଗାଡିକୁ ମଧ୍ୟ ଜବତ କରିଛି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଶେଖ ହାଇଦର, ସୂର୍ଯ୍ୟକାନ୍ତ ସାହୁ, ଶେଖ ମଇନୁଦ୍ଦିନ ଏବଂ ଲିଙ୍ଗରାଜ ମେହେରଙ୍କ ନାମରେ ପୂର୍ବରୁ ଅମ୍ବାଭୋନା, ବରଗଡ଼ ଟାଉନ ଥାନା ଓ ସଦର ଥାନାରେ ବିଭିନ୍ନ କେଶ୍ ରହିଥିବା ଜଣାପଡିଛି। ଏ ନେଇ ବରପାଲି ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।