କୋଟପାଡ଼,ଏନ୍ଏନ୍ଏସ୍: ବୋରିଗୁମ୍ମା-ଜଗଦଲପୁର ୬୩ନଂ ଜାତୀୟ ରାଜପଥରେ ଥିବା କୋଟପାଡ଼ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟ ନିକଟ ପଡ଼ିଆରେ ହେବାକୁ ଥିବା ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିମନ୍ତେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୋଟପାଡ଼ ବିଧାୟିକା ତଥା ହସ୍ତତନ୍ତ,ବୟନ ଶିଳ୍ପ ଓ ହସ୍ତ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନ୍ ଏବଂ ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଭୂମି ପୂଜନ କରିବା ସହ ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଟପାଡ଼ ଏନଏସି ନିର୍ବାହି ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ, ବିଡିଓ ଦାଶରଥୀ ସରାବୁ, ତହସିଲଦାର ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, କୋଟପାଡ଼ ଗୋଷ୍ଠୀ ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସାରଥୀ ମୁନ୍ନୀ ପ୍ରମୁଖ ଉପସ୍ଥିତ ଥିଲେ।