ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ଓ ତାଙ୍କ ସ୍ତ୍ରୀ କରୋନା ପଜିଟିଭ

ବେଙ୍ଗାଲୁରୁ,ଏଜେନ୍ସି: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବଗୌଡ଼ା ଓ ତାଙ୍କ ସ୍ତ୍ରୀ ଚେନମ୍ମା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ମୁଁ ଓ ମୋ ସ୍ତ୍ରୀ କରୋନା ସଂକ୍ରମିତ ହୋଇଛୁ। ଏନେଇ ଆମେ ଆଇସୋଲେସନରେ ରହିଛୁ। ଏଥିସହିତ ସେ ନିବେଦନ କରିଛନ୍ତି କି ଗତ କିଛି ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ।