ଡ୍ରଗ୍ସ ମାମଲାରେ ଅଭିନେତା ଏଜାଜ ଖାନ୍ ଗିରଫ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଏନସିବି ଅଭିନେତା ଏଜାଜ ଖାନଙ୍କୁ ଗିରଫ କରିଛି। ଗକାଲି ସଂନ୍ଧ୍ୟାରେ ଏଜାଜଙ୍କ ଘରେ ରେଡ୍ ମାରିବା ସମୟରେ ଏନସିବି ଟିମକୁ କିଛି ଟ୍ୟାବଲେଟ ମିଳିଥିଲା। ଡ୍ରଗ୍ସ ମାମଲାରେ ପେଡଲର ଶାଦାବ ବାଟାଟାଙ୍କ ଗିରଫ ପରେ ଏଜାଜଙ୍କ ନାମ ସାମ୍ନାକୁ ଆସିଥିଲା। ଏଜାଜ କାଲି ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ଏନସିବି ହାଜତକୁ ନେଇଥିଲା। ଆଉ ଆଜି ଗିରଫ କରିଛି।

ସୂଚନାଯୋଗ୍ୟ, ଏନସିବି ନିକଟରେ ମୁମ୍ବାଇର ସବୁଠୁ ବଡ଼ ଡ୍ରଗ୍ସ ମାଫିଆ ଫାରୁଖ ବାଟାଟା ଓ ତାଙ୍କ ପୁଅ ଶାଦାବ ବାଟାଟାଙ୍କୁ ଗିରଫ କରିଥିଲା। ଶାଦାବା ବାଟାଟାଙ୍କ ଉପରେ ମୁମ୍ବାଇର ସେଲିବ୍ରିଟିଙ୍କୁ ଡ୍ରଗ୍ସ ଯୋଗାଇବାର ଆରୋପ ଲାଗିଛି।