ପ୍ରଚାର ମଇଦାନକୁ ଓହ୍ଲାଇଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ନେତା ଓ ମନ୍ତ୍ରୀଙ୍କର ପ୍ରଚାର ମଧ୍ୟ ଜୋରଦାର ଚାଲିଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଟିକ୍ରାପଡ଼ା ୩୦ ନମ୍ୱର ଜୋନରେ ଜିଲ୍ଲା ପରିଷଦ ପ୍ରାଥିୀ ଭାବେ ନିତ୍ୟାନନ୍ଦ ଯୋଶୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଝିଙ୍କିଡୁଙ୍ଗୁରି, ଲାଫେର, ପଟାମରା, ଝରବାହାଲି ଓ ପଟାମରା ଗାଁର ପ୍ରତ୍ୟେକ ଘରକୁ ଘର ଯାଇ ପ୍ରାର୍ଥିୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । କଂଗ୍ରେସ ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ସମର୍ଥନ ରହୁଥିବାବେଳେ ନିଶ୍ଚିତ ଭାବେ ବିଜୟ ହେବ ବୋଲି ଶ୍ରୀ ସିଂ କହିଛନ୍ତି ।