ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଫୁଲବାଣୀ,ଏନ୍ଏନ୍ଏସ୍: ଗତକାଲି ବିଳମ୍ବିତ ରାତିରେ ସଦର ଥାନାର କେରେଡ଼ି ପଞ୍ଚାୟତ ଅନ୍ତର୍ଗତ କେରେଡ଼ି ଗ୍ରାମ ଶୁଣ୍ଡି ସାହି ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଆଜି ସକାଳେ ଗାଁ’ର କିଛି ଲୋକ ଗଛରେ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହା ପରେ ଯୁବକଙ୍କ ପରିବାରକୁ ଜଣାଇବା ପରେ ପରିବାର ତରଫରୁ ସଦର ଥାନାରେ ଲିଖିତ ଭାବେ ଜଣାଇଥିଲେ।

ଲିଖିତ ଆଧାରରେ ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୃତ ବ୍ୟକ୍ତି ଜଣକ କେରେଡ଼ି ଗ୍ରାମ ଶୁଣ୍ଡି ସାହି ସାହିଜି ସାହୁ ଓ ବୟସ ୪୫ ବର୍ଷ ବୋଲି ଜଣାପଡିଛି। ଅନ୍ୟପଟେ ଏହା ପାରିବାରିକ କଳହ କିମ୍ଵା ଅନ୍ୟ ଘଟଣା ତାହା ଜଣାପଡ଼ି ନଥିବା ବେଳେ ପୁଲିସ ଏହାର ପ୍ରକୃତ ଘଟଣାର ତଦନ୍ତ ଜାରିରଖିଛି।