ବେଙ୍ଗାଲୁରୁ,ଏଜେନ୍ସି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଏମ.ଭି. ରାଜଶେଖରନଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ସୋମବାର ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି।
୧୯୨୮ ସେପ୍ଟେମ୍ବର ୧୨ରେ ରାମନଗର ଜିଲ୍ଲାର ମାରଲାବାଡ଼ିରେ ତାଙ୍କ ଜନ୍ମ ହୋଇଥିଲା। ତାଙ୍କ ପତ୍ନୀ ଗିରିଜା ରାଜଶେଖରନଙ୍କ ସମେତ ଦୁଇ ଝିଅ ଅଛନ୍ତି। ରାଜଶେଖରନ ଜଣେ କୃଷକ ଏବଂ ଗ୍ରାମୀଣ ବିକାଶ ପରାମର୍ଶଦାତା ଥିଲେ। ରାଜଶେଖରନଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ଗଭୀର ଶୋକପ୍ରକାଶ କରିଛନ୍ତି।