ନୂଆଦିଲ୍ଲୀ,ଏଜେନ୍ସି: ଜାମ୍ମୁ କାଶ୍ମୀରର ପୂର୍ବତନ ରାଇଫଲସର ଡିଜି ତଥା ଲେଫ୍ଟନାଣ୍ଟ ଜେନେରାଲ କେ ପି ଧଳସାମନ୍ତଙ୍କର ଆଜି ନୂଆଦିଲ୍ଲୀରେ ପରଲୋକ ଘଟିଛି। ଆଜି ସକାଳ ୬ଟା ୪୫ ମିନିଟ୍ ସମୟରେ ତାଙ୍କର ପରଲୋକ ଘଟିଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍ରେ ମସ୍ତିଷ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।
ସୂଚନା ଅନୁସାରେ ସେ ୧୯ ବର୍ଷ ବୟସରେ ସେନାରେ ନିଯୁକ୍ତି ପାଇଥିଲେ। ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମ ସମୟରେ ବି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତ ରାଷ୍ଟ୍ରୀୟ ରାଇଫଲସର ଡିଜି ଭାବେ ଅବସର ନେଇଥିଲେ।
ସେ ୧୯୯୯ କାରଗିଲ ଯୁଦ୍ଧରେ ସାମିଲ ହୋଇଥିଲେ। ଖାଲି ସେତିକି ନୁହେଁ କେ.ପି. ଧଳସାମନ୍ତ ପଞ୍ଜାବର ଅମୃତସର ଅପରେସନ୍ ବ୍ଲୁ ଷ୍ଟାର୍ ରେ ବି ସାମିଲ୍ ହୋଇଥିଲେ। ସେ ଜଣେ ଜଣାଶୁଣା ସ୍ତମ୍ଭ ଲେଖକ ବି ଥିଲେ। ତାଙ୍କର ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।