କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏସମ୍ପର୍କରେ ନିଜେ ସିଦ୍ଧରମୈୟା ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହିତ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସିଦ୍ଧରମୈୟାଙ୍କ ସମେତ ତାଙ୍କ ଝିଅ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପଟେ ତାଙ୍କ ପୁଅ ଏବେ ଆଇସୋଲେସନରେ ଅଛନ୍ତି। ବର୍ତ୍ତମାନ ସମୟରେ ବାଙ୍ଗାଲୁରୁରେ କରୋନା ମାମଲା ବଢ଼ୁଥିବା ଯୋଗୁ ଏଠାରେ ଲକଡାଉନ ବଢ଼ାଇ ଦିଆଯାଇଛି।