ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଉପସ୍ଥିତିରେ ଦିନେଆ ମୋଙ୍ଗିଆ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିନେଶ ମୋଙ୍ଗିଆଙ୍କ ସହିତ କଂଗ୍ରେସ ବିଧାୟକ ଫତେହ ସିଂହ ବାଧବା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ବିଜେପିରେ ସାମିଲ ହେବା ପରେ ଦିନେଶ ମୋଙ୍ଗିଆ କହିଛନ୍ତି ଯେ, ବିଜେପି ଜରିଆରେ ପଞ୍ଜାବ ଲୋକଙ୍କ ସେବା କରିବାକୁ ଚାହୁଁଛି। ବିଜେପି ବ୍ୟତୀତ ଆଉ କୌଣସି ପାର୍ଟି ଦେଶର ବିକାଶ ପାଇଁ କାମ କରିପାରିବ ନାହିଁ।