ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୫୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୨୦ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନରୁ ୯୩ଜଣ ଓ ସ୍ଥାନୀୟ ସଂକ୍ରମଣ ୬୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୪ହଜାର ୧୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୮୩, ଷ୍ଟେଟପୋଲରୁ ୨୦, ବାଲେଶ୍ୱର ଓ କଟକରୁ ୬ ଲେଖାଏଁ, ଯାଜପୁର, ପୁରୀ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରୁ ୫ ଲେଖାଏଁ, କେଉଁଝରରୁ ୪, ଭଦ୍ରକ, ସମ୍ବଲପୁର ଓ ଗଞ୍ଜାମରୁ ୩ ଲେଖାଏଁ, ମୟୁରଭଞ୍ଜ, ଢେଙ୍କାନାଳ ଓ ଜଗତସିଂହପୁରରୁ ୨ ଲେଖାଏଁ, କୋରାପୁଟ ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।
ଅନ୍ୟପଟେ କରୋନା ଯୋଗୁ ୨ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଭୁବନେଶ୍ୱରରୁ ଜଣେ ୪୦ ବର୍ଷୀୟ ମହିଳା ଓ ଗଞ୍ଜାମରୁ ଜଣେ ୭୨ ବର୍ଷୀୟା ବୃଦ୍ଧା ରହିଛନ୍ତି। ଫଳରେ ମୋଟ ମୃତକଙ୍କ ସଂଖ୍ୟା ୮,୪୫୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୪ହଜାର ୧୬୦ ହୋଇଥିବାବେଳେ ୧୦ଲକ୍ଷ ୪୪ହଜାର ୯୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୪୫୫ଜଣଙ୍କର ମୃତ୍ୟୁ ଘଟିଛି ଓ ୧୫୫୯ଜଣ ଚିକିତ୍ସିତ ହେଉଛନ୍ତି।