ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ କାନପୁର ମେଟ୍ରୋର ଏକ ନୂଆ ସେକ୍ସନ ଉଦଘାଟନ କରିଛନ୍ତି। ପରେ ମୋଦୀ ଏଥିରେ ଯାତ୍ରା ମଧ୍ୟ କରଛନ୍ତି। ଏହି ସମୟରେ ମୋଦୀଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଇଆଇଟୀ ମେଟ୍ରୋ ଷ୍ଟେସନରୁ ଗୀତା ନଗର ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ପାଖାପାଖି ୯ କିମି ଲମ୍ବି ଥିବା ଏହି ସେକ୍ସନ ଆଇଆଇଟୀ କାନପୁରରୁ ମୋତୀ ଝୀଲ ପର୍ଯ୍ୟନ୍ତ ଯାଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଉତ୍ତପ୍ରଦେଶରେ ଆଜି ଯେଉଁ ଡବଲ ଇଞ୍ଜିନ ସରକାର ଚାଲିଛି ତାହା ଅତୀତରେ ଯେଉଁ ସମୟର ଅପଚୟ ହୋଇଥିଲା ତାକୁ ସୁଧାରୁଛି। ଆମେ ଡବଲ ସ୍ପୀଡ଼ରେ କାମ କରୁଛୁ। ଯେଉଁ ୟୁପିକୁ ଦିନେ ଅବୈଧ ହଥିୟାରଯୁକ୍ତ ଗ୍ୟାଙ୍ଗ କହି ବଦନାମ କରାଯାଉଥିଲା, ସେହି ୟୁପି ଆଜି ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା କୋରିଡରର ନିର୍ମାଣ କରୁଛି।