ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦,୨୪୨ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି କୋଭିଡ ସଂକ୍ରମିତଙ୍କଠୁ ସୁସ୍ଥ ସଂଖ୍ୟା ଅଧିକ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ଆଉ ୧୦ ହଜାର ୨୪୨ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୮ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୪୩ ଜଣ, କଟକରୁ ୮୮୭ ଜଣ, ପୁରୀରୁ ୭୦୭ ଜଣ, ସମ୍ବଲପୁରରୁ ୬୪୧ ଜଣ, କଳାହାଣ୍ଡିରୁ ୪୬୫ ଜଣ, ବରଗଡ଼ରୁ ୪୪୮ ଜଣ, ଅନୁଗୁଳରୁ ୪୩୮ ଜଣ, ଝାରସୁଗୁଡ଼ାରୁ ୩୩୧ ଜଣ ଏବଂ ବାଲେଶ୍ୱରରୁ ୩୦୧ ଜଣ ରହିଛନ୍ତି।

ସେହିପରି ନବରଙ୍ଗପୁରରୁ ୨୯୧, ବଲାଙ୍ଗିରରୁ ୨୭୩, ନୟାଗଡ଼ରୁ ୨୫୪, ଯାଜପୁରରୁ ୨୨୨, ନୂଆପଡ଼ାରୁ ୨୧୪, ମୟୂରଭଞ୍ଜରୁ ୨୦୭, ଗଞ୍ଜାମରୁ ୧୯୫, ସୋନପୁରରୁ ୧୭୯, କେନ୍ଦୁଝରରୁ ୧୭୭, ଢ଼େଙ୍କାନାଳରୁ ୧୬୭, କେନ୍ଦ୍ରାପଡ଼ାରୁ ୧୫୮, ଜଗତସିଂହପୁରରୁ ୧୩୭, ଦେବଗଡ଼ରୁ ୧୩୬, ରାୟଗଡ଼ାରୁ ୧୩୬, କୋରାପୁଟରୁ ୧୨୨, ଗଜପତିରୁ ୧୧୬, ବୌଦ୍ଧରୁ ୧୧୩, ଭଦ୍ରକରୁ ୧୦୦, କନ୍ଧମାଳରୁ ୧୦୦, ମାଲକାନଗିରିରୁ ୯୪ ଏବଂ ଷ୍ଟେଟ ପୁଲରୁ ୨୭୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କୋଭିଡ ସୁସ୍ଥ ସଂଖ୍ୟା ୫ ଲକ୍ଷ ୩୬ ହଜାର ୫୯୫ରେ ପହଞ୍ଚିଛି।