ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର କହଁରଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ସୁରେନ୍ଦ୍ରଙ୍କୁ ୮୪ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ସୁରେନ୍ଦ୍ରଙ୍କ ପୁଅ, ଝିଅ, ଜ୍ୱାଇଁ, ନାତି, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ସୁରେନ୍ଦ୍ରଙ୍କ ବାସଭବନ ସଲାଗୁଡ଼ାଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ମର ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

ସୂଚନାଯୋଗ୍ୟ, ସୁରେନ୍ଦ୍ର ଶିକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବାଲିଗୁଡ଼ା ବିଧାୟକ ଭାବେ କାର୍ଯ୍ୟ କରିଥିଲେ । ସେ ଦୀର୍ଘ ଦିନ ଧରି ଶଯ୍ୟାରେ ପଡ଼ି ରହି ଚିକିତ୍ସିତ ହେଉଥିଲେ । ଆଜି ସକାଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ମୃତ୍ୟୁବରଣ କରିଛନ୍ତି । ସୁରେନ୍ଦ୍ରଙ୍କ ବିୟୋଗରେ ସମଗ୍ର ଜିଲ୍ଲା ବିଜେପି, ବିଜେଡି ଓ କଂଗ୍ରେସ ଦଳ ନେତା ଓ ସ୍ଥାନୀୟ ବ୍ୟକ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।