ବନ ମହୋତ୍ସବ ସପ୍ତାହ ପାଳନ, ଚାରା ବିତରଣ କେନ୍ଦ୍ର ଉଦଘାଟିତ

ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ରାଇକିଆ ବନ ବିଭାଗ ତରଫରୁ ରବିବାର ବନ ମହୋତ୍ସବ ସପ୍ତାହ ଅବସରରେ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ବିଜୟ ହାଇସ୍କୁଲ ସାମ୍ନାରେ ଏକ ସ୍ଵତନ୍ତ୍ର ଷ୍ଟଲ୍ ଖୋଲାଯାଇ ଚାରା ବଣ୍ଟନ କରଯାଇଥିଲା। ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ, ବେରେଡ ଡାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ ଯୋଗଦେଇ ଉଦଘାଟନ କରିଥିଲେ।

ସର୍ବସାଧାରଣଙ୍କ ପାଇଁ ୧ ଟଙ୍କାରେ ଚାରା ଦିଆଯାଉଥିବା ବେଳେ ସରକାରୀ ଅନୁଷ୍ଠାନ, ବିଦ୍ୟାଳୟ, କଲେଜ ପାଇଁ ମାଗଣାରେ ଦିଆଯିବା ବ୍ୟବସ୍ଥା କରାଯାଇଛି। ଚାରା ବିତରଣ କେନ୍ଦ୍ରରେ ଶାଗୁଆନ, କାଜୁ, ଡାଳିମ୍ବ, ଅଁଳl, ପପେୟା, ଆମ୍ବ ଆଦି ଚାରା ଉପଲବ୍ଧ ରହିଛି। କାର୍ଯ୍ୟକ୍ରମରେ ରେଞ୍ଜର ମାଣିକେଶ୍ଵରୀ ପଟ୍ଟନାୟକ, ଫରେଷ୍ଟର ବିଷ୍ଣୁ ପ୍ରସାଦ ରଥ, ଫରେଷ୍ଟ ଗାର୍ଡ ଅଜିତ ଗଣ୍ଡ ଉପସ୍ଥିତ ଥିଲେ।