Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଇଭିରୁ ବାହାରୁଛି ୪ ହଜାର କେଜି ବିପଜ୍ଜନକ ବର୍ଜ୍ୟବସ୍ତୁ ଏବଂ ୯ ଟନ୍ ଅଙ୍ଗାରକାମ୍ଳ, ୧୩ ହଜାର ଲିଟର ଜଳ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଇଭିରୁ ବାହାରୁଛି ୪ ହଜାର କେଜି ବିପଜ୍ଜନକ ବର୍ଜ୍ୟବସ୍ତୁ ଏବଂ ୯ ଟନ୍ ଅଙ୍ଗାରକାମ୍ଳ, ୧୩ ହଜାର ଲିଟର ଜଳ

ନୂଆଦିଲ୍ଲୀ,ଏଜେନ୍ସି: ଇଲେକ୍ଟ୍ରିକ୍ କାର (ଇଭି)ଗୁଡ଼ିକ ଯେପରି ଆମେ ଭାବୁଛୁ ସେପରି ପରିବେଶ ଅନୁକୂଳ ନୁହେଁ । ସୋସାଇଟି ଅଫ୍ ରେୟାର ଆର୍ଥ ଅନୁଯାୟୀ ୫୭ କିଲୋଗ୍ରାମ କଞ୍ଚାମାଲ (୮ କିଲୋଗ୍ରାମ ଲିଥିୟମ୍‌, ୩୫ କିଲୋଗ୍ରାମ ନିକେଲ୍‌, ୧୪ କିଲୋଗ୍ରାମ କୋବାଲ୍ଟ) ପ୍ରସ୍ତୁତିିରୁ ୪,୨୭୫ କିଲୋଗ୍ରାମ ଏସିଡ୍ ବର୍ଜ୍ୟବସ୍ତୁ ଏବଂ ୫୭ କିଲୋଗ୍ରାମ ରେଡିଓଆକ୍ଟିଭ୍ ଅବଶିଷ୍ଟାଂଶ ବାହାରି ଥାଏ । ଗୋଟିଏ ଇଭି ତିଆରି କରିବାରେ ୯ ଟନ୍ କାର୍ବନ ବାହାରଚଥିବାବେଳେ ପେଟ୍ରୋଲ କାରରୁ ୫.୬ ଟନ୍ ବାହାରିଥାଏ ।

ଗୋଟିଏ ଇଭି ପ୍ରସ୍ତୁତ କରିବାରେ ୧୩,୫୦୦ ଲିଟର ପାଣି ବ୍ୟବହାର ହେଉଥିବାବେଳେ ପେଟ୍ରୋଲ କାରରେ ପ୍ରାୟ ୪,୦୦୦ ଲିଟର ପାଣି ବ୍ୟବହାର ହୋଇଥାଏ । ରିକାର୍ଡୋ କନ୍‌ସଲଟାନ୍ସି ଅନୁଯାୟୀ, ଯଦି ଇଭି କୋଇଲା ଚାଳିତ ବିଦ୍ୟୁତ୍ ଉପରେ ଚାର୍ଜ କରାଯାଏ, ତେବେ ୧.୫ ଲକ୍ଷ କିଲୋମିଟର ଚଲାଇବାଦ୍ୱାରା ପେଟ୍ରୋଲ କାର ଅପେକ୍ଷା ମାତ୍ର ୨୦% କମ୍ ଅଙ୍ଗାରକାମ୍ଳ ଉତ୍ପନ୍ନ ହେବ । ଭାରତରେ ୭୦% ବିଦ୍ୟୁତ୍ କୋଇଲାରୁ ଉତ୍ପନ୍ନ ହୁଏ । ଅଷ୍ଟ୍ରେଲିଆରେ କରାଯାଇଥିବା ଅନୁସନ୍ଧାନରେ କୁହାଯାଇଛି ଯେ, ୩୩୦୦ ଟନ୍ ଲିଥିୟମ୍ ବର୍ଜ୍ୟବସ୍ତୁ ମଧ୍ୟରୁ କେବଳ ୨% ପୁନଃ ବ୍ୟବହାର କରାଯାଏ, ୯୮% ପ୍ରଦୂଷଣ ବିସ୍ତାର କରେ ।

ଆରିଜୋନା ବିଶ୍ୱବିଦ୍ୟାଳୟର ଇକୋଲୋଜି ବିଭାଗର ଏରିମିଟସ୍ ପ୍ରଫେସର ଗାଇ ମ୍ୟାକଫର୍ସନ କହିଛନ୍ତି ଯେ ଲିଥିୟମ୍ ହେଉଛି ବିଶ୍ୱର ହାଲୁକା ଧାତୁ । ଏହା ଅତି ସହଜରେ ଇଲେକ୍ଟ୍ରନ୍ ଛାଡ଼ିିଦିଏ । ଏହି କାରଣରୁ, ଏହା ସାଧାରଣତଃ ଇଭି ବ୍ୟାଟେରୀରେ ବ୍ୟବହୃତ ହୁଏ । ଲିଥିୟମକୁ ସବୁଜ ଇନ୍ଧନ ଭାବରେ ଗୌରବାନ୍ୱିତ କରାଯାଉଛି, କିନ୍ତୁ ଏହାକୁ ମାଟିରୁ ବାହାର କରିବା ପରିବେଶ ପାଇଁ ୩ ଗୁଣ ଅଧିକ ବିଷାକ୍ତ ଅଟେ । ୯୮.୩% ଲିଥିୟମ୍ ବ୍ୟାଟେରୀ ବ୍ୟବହାର ପରେ ଗର୍ତ୍ତରେ ପୋତି ଦିଆଯାଏ । ଯେତେବେଳେ ଏହା ଜଳ ସଂସ୍ପର୍ଶରେ ଆସିଲେ ନିଆଁ ଲାଗିଯାଏ ।

ସେ କହିଛନ୍ତି ଯେ ଜୁନ୍ ୨୦୧୭ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଆମେରିକାର ପ୍ରଶାନ୍ତ ଉତ୍ତର-ପଶ୍ଚିମ ଏକ ଗାତରେ ଏହି ବ୍ୟାଟେରୀରୁ ୧୨୪ଟି ଅଗ୍ନିକାଣ୍ଡ ଘଟିଛି । କେବଳ ଏତିକି ନୁହେଁ, ଜର୍ମାନୀରେ ଏଆଇଏଫ୍‌ଓ ଥିଙ୍କ ଟ୍ୟାଙ୍କଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ମର୍ସିଡିଜ୍ ସି୨୨୦ଡି ସେଡାନ୍ କିମି ପ୍ରତି ୧୪୧ ଗ୍ରାମ କାର୍ବନ ନିର୍ଗତ କରୁଥିବାବେଳେ ଟେସଲା ମଡେଲ୍ ୩ରେ ୧୮୧ ଗ୍ରାମ କାର୍ବନ ନିର୍ଗତ ହୋଇଥାଏ ।

ଏମଆଇଟି ଏନର୍ଜି ଇନିସିଏଟିଭ୍‌ର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ବିଶ୍ୱରେ ପ୍ରାୟ ୨୦୦ ନିୟୁତ ଯାନ ଅଛି । ସେଥିମଧ୍ୟରୁ କେବଳ ୧ କୋଟି ବୈଦ୍ୟୁତିକ ଯାନ ରହିଛି । ଯଦି ସବୁ ଗାଡ଼ିକୁ ଇଭିରେ ରୂପାନ୍ତରିତ କରାଯାଏ, ତେବେ ଯେଉଁ ଏସିଡ୍ ବର୍ଜ୍ୟବସ୍ତୁକୁ ବାହାରିବ ସେଗୁଡିକୁ ନଷ୍ଟ କରିବା ପାଇଁ ଯଥେଷ୍ଟ ମାଧ୍ୟମ ନାହିଁ । ଏଭଳି ପରିସ୍ଥିତିରେ କେବଳ ଜନସାଧାରଣ ପରିବହନ ବୃଦ୍ଧି ଏବଂ ଘରୋଇ କାର ହ୍ରାସ କଲେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ ହୋଇପାରିବ ।

ଏକ ପେଟ୍ରୋଲ କାର କିମି ପ୍ରତି ୧୨୫ ଗ୍ରାମ ଅଙ୍ଗାରକାମ୍ଳ ଉତ୍ପାଦନ କରେ ଏବଂ କୋଇଲା ଚାଳିତ ବୈଦ୍ୟୁତିକ କାର କିମି ପ୍ରତି ୯୧ ଗ୍ରାମ ଅଙ୍ଗାରକାମ୍ଳ ଉତ୍ପାଦନ କରେ । ସ୍ୱଚ୍ଛ ପରିବହନ ଆନ୍ତର୍ଜାତୀକ ପରିଷଦ ଅନୁଯାୟୀ, ୟୁରୋପରେ ଇଭିଗୁଡ଼ିକ ୬୯% କମ୍ ଅଙ୍ଗାରକାମ୍ଳ ଉତ୍ପାଦନ କରୁଛନ୍ତି କାରଣ ଏଠାରେ ୬୦% ବିଦ୍ୟୁତ୍ ଅକ୍ଷୟ ଶକ୍ତିରୁ ଆସିଥାଏ ।

୨୦୩୦ ସୁଦ୍ଧା ୭୦% ବାଣିଜ୍ୟିକ କାର, ୩୦% ଘରୋଇ କାର, ୪୦% ଦୁଇ ଚକିଆ ଏବଂ ୮୦% ତିନି ଚକିଆ ଯାନକୁ ବିଦ୍ୟୁତକରଣ କରିବାକୁ ଲକ୍ଷ୍ୟ ରଖିଛି । ଏଥି ସହିତ, ୨୦୩୦ ସୁଦ୍ଧା, ୪୪.୭% ବିଦ୍ୟୁତ୍ ଅକ୍ଷୟ ଶକ୍ତିରୁ ଉତ୍ପନ୍ନ ହେବ, ବର୍ତ୍ତମାନ ଏହା ୨୧.୨୬% ଅଟେ ।