ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କୁ କରୋନା ଦେଶ- ବିଦେଶ By Nitidin On Jan 27, 2022 Share ନୂଆଦିଲ୍ଲୀ,ଏଜେନ୍ସି: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କରୋନାରେ ସଂକ୍ରମିତ। ତାଙ୍କ ଟେଷ୍ଟିଂ ରିପୋର୍ଟ ପଜିଟିଭି ଆସିଥିବା ସେ ଟ୍ବିଟ କରି ସୂଚନା ଦେଇଛନ୍ତି। ସେହିପରି ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ନିଜ ଆଡୁ କୋଭିଡ ଟେଷ୍ଟ କରିବା ପାଇଁ ମଧ୍ୟ ସେ ଟ୍ବିଟରେ ଅନୁରୋଧ କରିଥିବା ଦେଖିବାକୁ ମିଳିଛ ଆଜି ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବା ପରେ ସେ ଟେଷ୍ଟିଂ କରିଥିଲେ। ଏଥିରେ ସେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାପୂର୍ବରୁ ଜୟଶଙ୍କର ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜାନ-ୟେଭ ଲେ ଡ୍ରିଆନଙ୍କ ସହ ଏକ ଭର୍ଚ୍ଚୁଆଲ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ପରୀକ୍ଷା ପାଇଁ ପରାମର୍ଶ ଦେବା ସହ କୋଭିଡ ପ୍ରୋଟୋକଲ ସଠିକ ଅନୁପାଳନ କରିବା ନେି ମଧ୍ୟ ସେ କରିବାକୁ ଅନୁରୋଧ କରିଛନ୍ତି। Share