କୋରାପୁଟ,ଏନ୍ଏନ୍ଏସ୍: ଉପାନ୍ତ ବନ୍ଧୁଗାଁ ଥାନା ଅଧୀନ କୁମ୍ଭାରୀପୁଟ ଗ୍ରାମରେ ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ପରିମାଣର ବିଦେଶୀ ଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। କୁମ୍ଭାରୀପୁଟର ଜଗନ୍ନାଥ ବିଷୋୟୀ ଓ ଉମାଶଙ୍କର ନାଲା ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗ ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ ଉଭୟ ଚୋରା ମଦ ବେପାରୀଙ୍କ ଘରେ ଚଢ଼ଉ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ, ଅବକାରୀ ବିଭାଗ ସଦର ଓଆଇସି ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଜଗନ୍ନାଥ ଏବଂ ଉମାଶଙ୍କରଙ୍କ ଘରେ ଚଢ଼ଉ କରି ୧୨୫.୦୮୦ ଲିଟର ବିଦେଶୀ ମଦ ଏବଂ ୧୬୮.୫୫୦ ଲିଟର ବିଅର ଜବତ କରିଥିଲେ। ୨ ଚୋରା ମଦ ବେପାରୀଙ୍କୁ ଗିରଫ କରି ଲକ୍ଷ୍ମୀପୁର ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଉକ୍ତ ଚଢ଼ଉରେ ଅବକାରୀ ଏଏସଆଇ ପ୍ରତିମା ବେହେରା, ସଞ୍ଜୟ ପ୍ରଧାନ, କନେଷ୍ଟବଳ ତ୍ରିଲୋଚନ ରାୟଚେଟ୍ଟୀ, ଆର୍ ଭେଙ୍କେଟେଶ କୁମାର, ରାମଚନ୍ଦ୍ର ଗୌଡ଼, ବୁଲୁ ଗୌଡ଼ଙ୍କ ସହ ଡିଏସଏଫ୍ ଏବଂ ଏପିଆର୍ ଟିମ୍ ସାମିଲ ହୋଇଥିଲେ।