ସ୍ୱାମୀର ଚିକିତ୍ସା ପାଇଁ ସିଏମଆରଏଫରୁ ସହାୟତା

କୋରାପୁଟ,ଏନ୍ଏନ୍ଏସ୍: ବୋରିଗୁମ୍ମା ବ୍ଲକ୍ କେବିଡି ଗ୍ରାମର ଉଲୁମ୍ପା କୁଲଦୀପଙ୍କୁ ସ୍ୱାମୀ ଲାଲୁ କୁଲଦୀପଙ୍କ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ଅନୁରୋଧରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅନୁମୋଦନକ୍ରମେ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲା ଜରୁରୀ କାଳୀନ ବିଭାଗର ସେକ୍ସନ୍ ଅଧିକାରୀ ପ୍ରକାଶ ଚନ୍ଦ୍ର ସାମଲ ସହାୟତା ରାଶିର ଚେକ୍ ପ୍ରଦାନ କରିଥିଲେ।

ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଭୀଷଣ ମାଳିଙ୍କ ନାବାଳିକା ଝିଅର ବେକରେ ହୋଇଥିବା ଟ୍ୟୁମରର ଅସ୍ତ୍ରୋପଚାର ନିମନ୍ତେ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଅନ୍ୟପଟେ ଦଶମନ୍ତପୁର ବ୍ଲକ୍ ପାଇକ ପିଣ୍ଡାପଦର ଗ୍ରାମର ବିମଳ ଗଣ୍ଡକୁ ଗୋଡ଼ ଅସ୍ତ୍ରୋପଚାର ପାଇଁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଥିବା ଜଣାପଡ଼ିଛି।