ରାଜଧାନୀରୁ ୩୮ ନୂଆ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩୦, ୬୪୮କୁ ବୃଦ୍ଧି ରାଜ୍ୟ By Nitidin On Nov 27, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ୩୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧ଜଣ ଓ ସ୍ଥାନୀୟ ସଂକ୍ରମଣ ୨୭ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୬୪୮କୁ ବୃଦ୍ଧି ପାଇଛି। ଅନ୍ୟପଟେ ୫୪ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଆଜିର ୩୮ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୬୪୮ ହୋଇଥିବାବେଳେ ୨୯ ହଜାର ୯୨୯ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୧୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୪୮୩ ଜଣ ଚିକିତ୍ସିତ ହେଉଛନ୍ତି। ଦେଖିବାକୁ ଗଲେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁଦିନ କମିବାରେ ଲାଗିଛି। Share