ଜୀରା ନଦୀରେ ବନ୍ୟାଜଳ ପ୍ରବାହିତ: ଅମ୍ବାପାଲିକୁ ଯାତାୟତ ପ୍ରଭାବିତ

ବରଗଡ଼,ଏନ୍ଏନ୍ଏସ୍: ଜୀରା ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ନଦୀର ଉପରମୁଣ୍ଡକୁ ଲାଗିଥିବା ଛତିଶଗଡ଼ର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଯୋଗୁ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ଜଣାପଡ଼ିଛି। ଗୁରୁବାର ସକାଳୁ ଜୀରା ନଦୀରେ ହଠାତ୍ ପାଣି ଆସିଥିଲା। ଫଳରେ ଅମ୍ବାପାଲିକୁ ସଂଯୋଗ କରୁଥିବା ଅସ୍ଥାୟୀ ରାସ୍ତା ପାଣିରେ ବୁଡ଼ି ରହିବା ସହ ବରଗଡ଼ ସହରରୁ ୱାର୍ଡ ନମ୍ବର୧୭କୁ ଯାତାୟତ ପ୍ରଭାବିତ ହୋଇଛି। ଯଦ୍ୱାରା ଅମ୍ବାପାଲି ସମେତ ଡୁମେରପାଲି, ଗୁଡ଼େଶିରା, ସରସରା, ରେଙ୍ଗାଲପାଲିଠାରୁ ଆରମ୍ଭ କରି ବିଜେପୁର ଏବଂ ବରପାଲି ଅଞ୍ଚଳର ଲୋକ ପୁରୁଣା ଜାତୀୟ ରାଜପଥରେ ଥିବା ପୋଲ ଦେଇ ଯିବାକୁ ବାଧ୍ୟ ହୋଇଥିଲେ।