୨୦୨୨ରେ ପୁରୀରୁ ଉଡିବ ବିମାନ- ପରିବହନ ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୨ରେ ପୁରୀରୁ ବିମାନ ଉଡିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ସବୁ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରାଇପ ଉନ୍ନତି ପାଇଁ ଆଲୋଚନା କରାଯାଇଛି।

ଏହିସବୁ ପ୍ରକ୍ରିୟା ଠିକଠାକ କାର୍ଯ୍ୟକାରୀ ହେଲେ ବିମାନ ଉଡିବ କାର୍ଯ୍ୟ ହୋଇପାରିବ ବୋଲି ଜଣାଇଛନ୍ତି। ଭୁବନେଶ୍ୱରରୁ ରାଉରକେଲା, ରାଉରକେଲାରୁ ଜୟପୁର, ଭୁବନେଶ୍ୱରରୁ ଜୟପୁର ଏବଂ ଜୟପୁରରୁ ରାଉରକେଲାକୁ ବିମାନ ଚଳାଚଳ କରିବ। ଏ ନେଇ ଉଡାନ ଯୋଜନାରେ ଟେଣ୍ଡର ଆହ୍ୱାନ କରାଯାଇଛି। ଖାରବେଳ ଭବନଠାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଏ ନେଇ ବିସ୍ତୃତ ଆଲୋଚନା କରିଛନ୍ତି।