ପାଟଣାଗଡ଼,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଭାରତରେ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋସବ ପାଳନ ଅବସରରେ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପାଟଣାଗଡ଼ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଓଡ଼ିଶାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ସହ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ସ୍ଥାନୀୟ ରାଜଖମାରଠାରେ ତ୍ରିରଙ୍ଗା ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ବଲାଙ୍ଗିର ଜିଲ୍ଲାର ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ସହ ବହୁ ବିଜେପି କର୍ମୀ ଅଂଶଗ୍ରହଣ କରି ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ ଓ ପାଟଣାଗଡ଼ ଏନଏସି ମଣ୍ଡଳର ସଭାପତିମାନେ ଆସି ମୁଖ୍ୟ ଅତିଥୀଙ୍କଠାରୁ ହଜାରେ ଲେଖାଏଁ ତ୍ରିରଙ୍ଗା ପତାକା ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୋଷାଧ୍ୟକ୍ଷ ପ୍ରଦୀପ ବଂଶଲ, ପୂର୍ବତନ ଜିଲ୍ଲା ସଭାପତି ଡା. ଓମ ପ୍ରକାଶ ଯୋଶୀ, ମୁନା ଦରୁଆନ, ପାଟଣାଗଡ଼ ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି, ସାଂସଦଙ୍କ ଏନଏସି ପ୍ରତିନିଧି ସନ୍ତୋଷ କୁମାର ମେହେର, ଖପ୍ରାଖୋଲ ମଣ୍ଡଳ ସଭାପତି ଦେବକାନ୍ତ ପାଣିଗ୍ରାହୀ, ଭାଇଷା ମଣ୍ଡଳ ସଭାପତି ପଙ୍କଜ ଭୋଇ ଓ ସରପଞ୍ଚ ଜ୍ଞାନେନ୍ଦ୍ର ସାଏ ଯୋଗଦେଇ ତ୍ରିରଙ୍ଗା ପତାକା ନେଇଥିଲେ ।