ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ କଳିଙ୍ଗ ୟୁଥ ଆସୋସିଏସନ୍ ଏବଂ ନେହେରୁ ଯୁବା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ କୋଭିଡ୍ ୧୯ ନିୟମକୁ ପାଳନ କରି ‘ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍’ ଏବଂ ‘ସାଇକେଲ ଦୌଡ଼’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବେଲପାହାଡ଼ ବିଇଏମଇ ସ୍କୁଲର କ୍ରୀଡ଼ା ଶିକ୍ଷକ ହମିଦ୍ ମହାପାତ୍ର ଓ କଳିଙ୍ଗ ୟୁଥ ଆସୋସିଏସନର ସମ୍ପାଦକ ରମଣି ମାଝୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କରୋନାରୁ ରକ୍ଷା ପାଇବା ପାଇଁ ଶାରୀରିକ ଦକ୍ଷତା ବୃଦ୍ଧି କରିବା ତଥା ଏକ ସୁସ୍ଥ ସ୍ୱାସ୍ଥ୍ୟ ଗଠନ ଉଦ୍ଦେଶ୍ୟରେ ଦୌଡ଼ ଏବଂ ସାଇକେଲ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅନଲାଇନ ମାଧ୍ୟମରେ ଇ-ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ଅବସରରେ ଝାରସୁଗୁଡ଼ା ନେହେରୁ ଯୁବ କେନ୍ଦ୍ରର ସହନିର୍ଦ୍ଦେଶକ ରମେଶ କୁମାର ସୋନୀ, ଟିଆରଏଲ କ୍ରୋସାକି କାରଖାନାର ବରିଷ୍ଠ ଅଧିକାରୀ ଶଶାଙ୍କ ଦୀକ୍ଷିତ, ଗଜେନ୍ଦ୍ର ସ୍ୱାଇଁ, ମନବୋଦ ଭଏଁସାଲ, ଡା. ଦିଲ୍ଲୀପ କୁମାର ନାୟକ ଓ କଳିଙ୍ଗ ୟୁଥ ଆସୋସିଏସନର ସଭାପତି ସଞ୍ଜିବ କୁମାର ମହନ୍ତ ପ୍ରମୁଖ ଉପସ୍ଥିତ ଥିବାବେଳେ ବେଲପାହାଡ଼ ରେଫରୀ ଆସୋସିଏସନର ରାମ ସେନ୍ଦ୍ରିଆ, କାର୍ତ୍ତିକେଶ୍ୱର ଦାସ ଖେଳ ପରିଚାଳନା କରିଥିଲେ।