ଚିଲିକାରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

  • ନାଚୁଣୀ: ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ଗ୍ରାମ ନିକଟସ୍ଥ ଚିଲିକା ପେଣ୍ଠରୁ ଡଙ୍ଗା ଧରି ଚିଲିକା ମଧ୍ୟକୁ ଯାଇଥିବା ଏକ ମତ୍ସ୍ୟଜୀବୀ ଦଳ ଆଜି ସକାଳେ ଡଙ୍ଗା ସହ ହ୍ରଦ ମଧ୍ୟରେ ଫସି ରହିଥିଲେ। ରବିବାର ବାତ୍ୟା ଗୁଲାବ ପ୍ରଭାବରେ ପବନ ବୋହିବା ଯୋଗୁଁ ଚିଲିକାର ୍ୱିବିଲାତି ଦଳ ବହୁ ପରିମାଣରେ ଚିଲିକା ମଧ୍ୟକୁ ଭାସିଯାଇ କୂଳ ଯାଏଁ ଖେଳାଇ ହୋଇଯାଇଥିଲା। ମାଛମାରି କୂଳକୁ ଫେରୁଥିବା ଏହି ମତ୍ସ୍ୟଜୀବୀ ଦଳର ଡଙ୍ଗା ସମ୍ମୁଖରେ ବିଲାତି ଦଳ ଆସିଯିବାରୁ ରାସ୍ତା ଅବରୋଧ ହୋଇଯାଇଥିଲା। ଏଥିପାଇଁ ଦୀର୍ଘ ସମୟ ଉକ୍ତ ଡଙ୍ଗା ଚିଲିକା ହ୍ରଦ ଭିତରେ ଫସି ରହିଥିଲା।
  • ଖବରପାଇ ମଧ୍ୟାହ୍ନରେ ଗଙ୍ଗାଧରପୁର ଅଗ୍ନିଶମବାହିନୀ ନଇରୀ ପେଣ୍ଠରୁ ଡଙ୍ଗା ଧରି ଚିଲିକା ହ୍ରଦରୁ ଦଳ ଆଡ଼େଇ ଉକ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲା। ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ହେଲେ ନଇରୀ ଗ୍ରାମର ଦେବ ଘଡେଇ, ସିବୁନା ଘଡେଇ ଓ ଭିକାରୀ ଘଡେଇ।