ଆଜି ପ୍ରଥମ ଟି-ଟ୍ବେଣ୍ଟି, ବିଜୟ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଘରୋଇ ଭାରତ ଓ ଦଣିକ୍ଷ ଭାରତ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ବେଣ୍ଟି ସିରିଜ। ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଆଜି ପ୍ରଥମ ମ୍ୟାଚ ଖେଳାଯିବ। ଏ ନେଇ ଯୁବ ଭାରତୀୟ ଖେଳାଳି ଜୋରଦାର ପ୍ରସ୍ତୁତି କରିଛନ୍ତି। ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ତାର ଦଳକୁ ନେଇ ମଇଦାନକୁ ଓହ୍ଲାଇବ। ଭାରତ ମାଟିରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ତେମ୍ବା ବାଭୁମ୍ବାଙ୍କ ଟିମ। ସନ୍ଧ୍ୟା ୭ ଟାରେ ଖେଳାଯିବ ମ୍ୟାଚ।

ଘରୋଇ କ୍ରମରେ ଭାରତ କ୍ରମାନ୍ବୟରେ ୧୨ଟି ଟି-୨୦ ଜିତି ସାରିଛି। ଆଜିର ମ୍ୟାଚକୁ ଜିତି ବିଜୟ ସହ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ଦଳ। ଦୁଇ ଦଳ ମଧ୍ୟରେ ଶେଷ ୧୦ ସରିଜ ମଧ୍ୟରୁ ଭାରତ 9ଟି ବିଜୟ ହାସଲ କରିଛି ତେଣୁ ଭାରତର ପଲ୍ଲା ଭାରି ରହିଛି। ଭାରତରେ ଖେଳିଥିବା ୨ଟି ଟି-ଟ୍ବେଣ୍ଟି ସିରିଜ ମଧ୍ୟରୁ ଦକ୍ଷିଣ ଆଫ୍ରିକା ଗୋଟିଏ ସରିଜ ଜିତିଛି ଓ ଅନ୍ୟ ସିରିଜଟି ଡ୍ର ରଖିବାରେ ସଫଳ ହୋଇଥିଲା।

ଆହତ ସମସ୍ୟା ନେଇ କେଏଲ ରାହୁଲ ଓ କୁଲଦୀପ ଯାଦବ ସିରିଜରୁ ବାଦ ପଡିଛନ୍ତି। ଦଳର ମଙ୍ଗ ଧରିଛନ୍ତି ଋଷବ ପନ୍ତ। ଆହତ ଦଳ ପାଇଁ ବାଧା ସୃଷ୍ଟି କରିପାରେ। ଆଜିର ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ଉପରେ ନଜର ରହିବ। ନିକଟରେ ଶେଷ ହୋଇଥିବା ଆଇପିଏଲ ଫୁଲ ଫର୍ମରେ ଥିଲେ ଏହି ଦୁଇ ଖେଳାଳି। ପାଣ୍ଡ୍ୟାଙ୍କ ନେତୃତ୍ବରେ ଆଇପିଏଲ ଟାଇଟଲ ମଧ୍ୟ ହାତେଇଛି ଗୁଜୁରାଟ ଟାଇଟନ୍। ସେପଟେ ୩ ବର୍ଷ ପରେ ଦଳକୁ ଫେରିଥିବା କାର୍ତ୍ତିକ ଆଜି ନିହାତି କିଛି କମାଲ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ।

ଅରୁଣ ଡେଟଲୀ ଗ୍ରାଉଣ୍ଡର ପିଚ ବ୍ୟାଟିଂ ପାଇଁ ଅନୁକୂଳ ଅଛି। ସାମାନ୍ୟ ମନ୍ଥର ରହିବ ପିଚ। ଅତିରିକ୍ତ ବାଉନ୍ସର ସମ୍ଭାବନା ନାହିଁ। ଟସ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇପାରେ। ତେଣୁ ବ୍ୟାଟରମାନଙ୍କୁ ପ୍ରାରମ୍ଭରୁ ସତର୍କତାର ସହ ଖେଳିବାକୁ ହେବ।