ମୁଣ୍ଡଳୀଠାରେ ପ୍ରବାହିତ ହେଲା ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କଟକ,ଏଜେନ୍ସି: କଟକ ଜିଲ୍ଲାର ମୁଣ୍ଡଳୀଠାରେ ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୨ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି।

ସୂଚନା ଅନୁସାରେ ହୀରାକୁଦ ଡ୍ୟାମର ୧୫ ଗେଟ ଖୋଲାଯାଇ ମହାନଦୀକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୫ ହଜାର ୫୨୬ ଘନଫୁଟ(କ୍ୟୁସେକ୍‌) ଜଳ ନିଷ୍କାସିତ ହୋଇଥିଲା। ଏହି ସମୟରେ ମୁଣ୍ଡଳୀ ବ୍ୟାରେଜର ଉପର ମୁଣ୍ଡରେ ଜଳସ୍ତର ୮୧.୩୦ ଫୁଟ ଓ ତଳମୁଣ୍ଡରେ ୭୭.୩୦ ଫୁଟ ରହିଛି। ତେବେ ଏହା ବିପଦ ସଙ୍କେତ(୯୭ ଫୁଟ) ତଳେ ରହିଥିବା କୁହାଯାଇଛି। ଏଥିରେ କଟକ ସହରକୁ କୌଣସି ଭୟ ନାହିିଁ। ଯଦି ହୀରାକୁଦ ଡ୍ୟାମର ଅଧିକ ଗେଟ ଖୋଲାଯାଏ ତେବେ ବନ୍ୟାର ଆଶଙ୍କା ରହିଛି।