ବନ୍ଦ ହେବ ପ୍ରଥମ ଦୂରଦର୍ଶନ କେନ୍ଦ୍ର, ଛାତ୍ର ବିଜେଡିର ବିରୋଧ

  • ସମ୍ବଲପୁର: ବନ୍ଦ ହୋଇଯିବ ଓଡ଼ିଶାର ପ୍ରଥମ ଦୂରଦର୍ଶନ କେନ୍ଦ୍ର। ସମ୍ବଲପୁରରେ ଥିବା ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ଆରମ୍ଭ ହୋଇଥିବାବେଳେ ଏହାକୁ ଦୃଢ ବିରୋଧ କରିଛି ବିଜୁ ଛାତ୍ର ଜନତା ଦଳ। ଏନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣରେ ବସିବା ସହ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିଥିଲେ ଅନେକ ଛାତ୍ର ନେତା।
  • ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ରାଜ୍ୟରେ ପ୍ରଥମ। ଏହି କେନ୍ଦ୍ର ସହ ଜଡ଼ିତ ପଶ୍ଚିମ ଓଡ଼ିଶାର ଅନେକ କଳାକରାଙ୍କ ପରିଚୟ। ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱାଭିମାନର ପ୍ରତୀକ ହେଉଛି ଏହି ଦୂରଦର୍ଶନ କେନ୍ଦ୍ର। ଦୂରଦର୍ଶନ କେନ୍ଦ୍ର ଉଠାଇ ନେବା ପାଇଁ ଚାଲିଥିବା ସରକାରୀ ଷଡ଼ଯନ୍ତ୍ରକୁ ସାଧାରଣରେ ଘୋର ନିନ୍ଦା କରାଯାଇଛି। ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ପରିଚୟ ଏହି ଦୂରଦର୍ଶନକୁ କେନ୍ଦ୍ରକୁ ଉଠାଯିବାକୁ କୌଣସି ମତେ ପଶ୍ଚିମ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ କିମ୍ବା ଏହାକୁ ପ୍ରସ୍ରୟ ଦେବେ ନାହିଁ।