ଫିରିଙ୍ଗିଆ/କ.ନୂଆଗାଁ,ଏନ୍ଏନ୍ଏସ୍ : ପରିବାର ପରିପୋଷଣ ଚିନ୍ତାରେ ନିଜ ଅଂଚଳରେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଯାଇ ଅନେକ ଦାଦନ ଶ୍ରମିକ ଫସି ରହିଥିବା ଘଟଣା ବାରମ୍ବାର ବିଭିନ୍ନ ମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ବର୍ତ୍ତମାନ ମଧ୍ୟ କନ୍ଧମାଳ ଜିଲ୍ଲାର ଅନେକ ଦାଦନ ବାହାର ରାଜ୍ୟରେ ଫସି ରହିଥିବାର ଖବର ମିଳିଛି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ କରେନା କଟକଣା ସମୟରେ ନିଜ ଭିଟାମାଟିକୁ ଫେରି ନପାରି ଫିରିଙ୍ଗିଆ ଅଂଚଳର କିଛି ଶ୍ରମିକ ବାହାର ରାଜ୍ୟରେ ଫସିରହିଥିବା ବେଳେ ସେମାନଙ୍କୁ ସହାତୟ ପାଇଁ ନିବେଦନ କରିଛନ୍ତି।
ମିଳିଥିବା ସୁଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଫରିଙ୍ଗିଆ ବ୍ଲକ ନୂଆପଦର ଓ କ.ନୂଆଗାଁ ବ୍ଳକର ସାରଙ୍ଗଗଡ ଅଂଚଳର କିଛି ଯୁବକ ଯୁବତୀ କାମ କରିବା ପାଇଁ ବାହାର ରାଜ୍ୟକୁ ଯାଇ କେରୋନା କଟକଣା ମଧ୍ୟରେ ନିଜ ଗାଁ’କୁ ଫେରି ପାରୁନଥିବା ଅଭିଯୋଗ ହୋଇଛି। ଫସି ରହିଥିବା ଶ୍ରମିକମାନଙ୍କ ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ଫସିରହିଥିବା ଶ୍ରମିକମାନଙ୍କ ସରକାରୀ ନିୟମ ମୁତାବକ ପଞିକରଣ ମଧ୍ୟ କରାଯାଇଛି । କିନ୍ତୁ ପଞିକରଣ କଲା ପରେ ମଧ୍ୟ ଏହି ଶ୍ରମିକମାନେ ନିଜ ଗାଁ’କୁ ଫେରି ପାରୁନାହାଁନ୍ତି ।
ଅନ୍ୟପଟେ ଏହି ଯୁବକ ଯୁବତୀମାନେ ତାମିଲନାଡୁ ତ୍ରିପୁର ଜିଲ୍ଲାର ମୁତୁର ଗଣେଶ ନଗରର ଏକ ଶୁତା କଳରେ କାମ କରୁଥିବା ବେଳେ କୋରେନା କଟକଣା ଯୋଗୁଁ ବର୍ତମାନ ସେଠାରେ ମଧ୍ୟ କାମ ଧନ୍ଦା ଠପ ହୋଇଯାଇଥିବା ବେଳେ ନାନା ସମସ୍ୟା ମଧ୍ୟରେ ପଡ଼ିରହିଥିବାର ଜଣାଯାଇଛି । ସେଠାକାର ମିଲମାଲିକଙ୍କୁ ଫସିରହିଥିବା ଶ୍ରମିକମାନେ ଖାଇବାକୁ ମାଗିଲେ କାମ ନାହିଁ ଖାଇବାକୁ ମଧ୍ୟ ଦିଆଯିବ ନାହିଁ ବୋଲି କହି ନିର୍ଯାତନା ଦେଉଥିବା ଫସିରହିଥିବା ଶ୍ରମିକ ମାନଙ୍କର ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଦୁର୍ଦ୍ଦିନରେ ତାମିଲନାଡୁରେ ଜୀବନଯାପନ କରୁଥିବା ପାଇଁ କାମକରିବାକୁ ଯାଇ ଫସିରହିଥିବା ଏହି ଦାଦନ ଶ୍ରମିକମାନଙ୍କୁ ନିଜ ଅଂଚଳକୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକ।