ଫିରିଙ୍ଗିଆରେ ଚାଳକ ଦିବସ ପାଳିତ

ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଆଜି ଚାଳକ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଫିରିଙ୍ଗିଆରେ ଶାଖା କାର୍ଯ୍ୟାଳୟ ମଧ୍ୟ ଉଦଘାଟିତ ହୋଇଯାଇଛି। ନବ ନିର୍ମିତ କାର୍ଯ୍ୟାଳୟକୁ ସରପଞ୍ଚ ବିଶ୍ୱ ରଞ୍ଜନ କହଁର ଉଦଘାଟନ କରିଛନ୍ତି। ଏଥିରେ ଫିରିଙ୍ଗିଆ ଶାଖା ସଭାପତି ଦାରୁଣ ନାୟକଙ୍କ ସଭାପତିତ୍ୱ କରିଥିବାବେଳେ ସଙ୍ଘର କନ୍ଧମାଳ ଜିଲ୍ଲା ସଭାପତି ବାସବ କହଁର , ବାଲିଗୁଡା ଶାଖା ସଭାପତି ଅଭିରାମ ଦିଗାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ଶାଖା ସମ୍ପାଦକ ସମ୍ଭୁ ଦିଗାଳ ପରିଚାଳନା କରିଥିଲେ। ବିବେକାନନ୍ଦ ମଲ୍ଲିକ , ନରୋତ୍ତମ ନାଗ, ଦେବେନ୍ଦ୍ର ପ୍ରସାଦ ସାହୁ, ବସନ୍ତ ସାହୁ, ସଞ୍ଜୟ କହଁରଙ୍କ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ବୈଠକରେ ଗାଡ଼ି ଚାଳକ ମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲେଚାନା ହୋଇଥିଲା।