ଫିରିଙ୍ଗିଆ ପଞ୍ଚାୟାତ କଣ୍ଟେନମେଣ୍ଟ ଜୋନ ଘୋଷିତ

ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବଜାରରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପଞ୍ଚାୟତର କାଳିଆ ସାହି, କଣ୍ଟିଲୋ ସାହି, ଉପରପଡ଼ା ଓ କୁଲିଆକୁଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଏଥିସହ ଖଜରିପଡ଼ା, ନାହାଣ ଗାଁ, ମାଝିପଡ଼ା, କେକେରିଙ୍ଗିଆ, ଶଶିପଦର, ଡିଣ୍ଡିରା ଗାଁକୁ ବଫର ଜୋନ ଘୋଷଣା କରାଯାଇଛି। ଏହି ସମୟରରେ ଡାକ୍ତରଖାନା, ଅଗ୍ନିଶମ, ଥାନା, ଔଷଧ ଦୋକାନ ଓ ବ୍ଲକ କାର୍ଯ୍ୟାଳୟର ଜରୁରୀକାଳିନ ବିଭାଗକୁ ଛାଡି ଦେଲେ ଅନ୍ୟ ସମସ୍ତ ସରକାରୀ, ବେସରକାରୀ ସଂସ୍ଥା, ଦୋକାନ, ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିବ। ତହସିଲଦାର ପୁନମ ରାଉତଙ୍କୁ ମାଜିଷ୍ଟ୍ରେଟ କ୍ଷମତା ଦିଆଯାଇଥିବାବେଳେ ବିଡିଓ ରଶ୍ମୀ ରଞ୍ଜନ ମହାନ୍ତ ଓ ଥାନାଧିକାରୀ ପି ଶ୍ୟାମସୁନ୍ଦର ରାଓ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାର ତତ୍ତ୍ୱାବଧାନ କରୁଛନ୍ତି।