ରିଆମାଳ ଦମକଳ କେନ୍ଦ୍ର ପକ୍ଷରୁ ଅଗ୍ନିଶମ ସପ୍ତାହ ଓ ସହିଦ ଦିବସ ପାଳିତ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ଦମକଳ କେନ୍ଦ୍ର ପକ୍ଷରୁ ଆଜି ସହିଦ ଦିବସ ପାଳନ କରାଯାଇଛି । ଏହାସହ ଆଜିଠାରୁ ୭ଦିନ ପର୍ଯ୍ୟନ୍ତ ଅଗ୍ନିଶମ ସପ୍ତାହ ମଧ୍ୟ ପାଳନ କରାଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମକୁ ରିଆମାଳ ଦମକଳ କେନ୍ଦ୍ର ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ବିଶ୍ୱାଳ ଉଦଘାଟନ କରିବା ସହ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିଥିଲେ । ଏହି ପରିପ୍ରେକ୍ଷୀରେ ଦମକଳ କେନ୍ଦ୍ରର ସମସ୍ତ କର୍ମଚାରୀ ଦମକଳ ଗାଡ଼ିରେ ମାଇକ ସାହାଯ୍ୟରେ ରିଆମାଳ, ବୁଡ଼ିଦୋ, ଧରମପୁର, ତେଲିମୁଣ୍ଡ ଓ ଛତାବର ସମେତ ବ୍ଲକ ସାରା ସଚେତନତା କରିଥିଲେ । ଏହି ସମୟରେ ରାସ୍ତାରେ ଜନସାଧାରଣଙ୍କୁ ସଚେତନତାର ଲିଫଲେଟ ମଧ୍ୟ ବାଣ୍ଟିଥିଲେ ।