ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଚିଠି ଲେଖି ଶୁଭକାମନା ଜଣାଇଛନ୍ତି । ଶାହବାଜ ପ୍ରଧାନମନ୍ତ୍ରୀ ଭାବେ ପଦଭାର ସମ୍ଭାଳିବା ପରେ ମୋଦୀ ଚିଠି ଲେଖିଥିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହି ଚିଠିରେ ଶୁଭକାମନା ବ୍ୟତୀତ ଆତଙ୍କବାଦୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶାହବାଜଙ୍କୁ ମୋଦୀ ପ୍ରେରିତ କରିଛନ୍ତି । ଉଭୟ ଦେଶ ମଧ୍ୟରେ ଆଲୋଚନା ଏବଂ ଏକାଠି ମିଶି ଗରିବି ସମେତ ଅନ୍ୟ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ନିମନ୍ତ୍ରଣ କରିଥିଲେ । ଏଥିସହିତ ନୱାଜଙ୍କୁ ଭେଟିବା ପାଇଁ ଲାହୋର ମଧ୍ୟ ଯାଇଥିଲେ । କିନ୍ତୁ ଏହାପରେ ଆତଙ୍କବାଦୀ ଆକ୍ରମଣ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ସୃଷ୍ଟି କରିଥିଲା ।