ପରିବା ମାର୍କେଟରେ ଅଗ୍ନିକାଣ୍ଡ, ୭୦ରୁ ଊର୍ଦ୍ଧ୍ୱ ଦୋକାନ ଜଳି ପାଉଁଶ

ସମ୍ବଲପୁର,ଏନ୍‍ଏନ୍‍ଏସ୍‍: ସମ୍ବଲପୁରର ଗୋଲବଜାରରପରିବା ମାର୍କେଟରେ ରବିବାର ରାତ୍ରିରେ ଅଗ୍ନିକାଣ୍ଡ ଘଟି ୭୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଥିବା ଜଣାଯାଇଛି। ଖବର ପାଇ ଅଗ୍ନିଶମ ବାହୀନିର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସୂଚନା ଅନୁସାରେ ଗତକାଲି ଦୀପାବଳିରେ ଦୋକାନ ଆଗରେ ଲାଗିଥିଲା। ତେବେ ଏହି ଦୀପରୁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି। ଏଥିରେ ବହୁ ଦୋକାନ ପେଡ଼ି ପାଉଁଶ ହୋଇଯାଇଥିବା ବେଳେ ଏଥିରେ କାହାର ଜୀବନ କ୍ଷତି ହୋଇନଥିବା ଜଣାପଡ଼ିଛି।