ନୂଆଦିଲ୍ଲୀ,ଏଜେନ୍ସି: ଗତକାଲି ଦେଶସାରାରେ ଦୀପାବଳି ପାଳନ ହେଉଥିବା ବେଳେ ସମସ୍ତେ ଦୀପ ଜାଳି ବାଣ ଫୁଟାଇ ଏହାକୁ ପାଳନ କରିଛନ୍ତି। ତେବେ ଏହି ବାଣ ଧୂଆଁରେ ଦେଶ ସାରା ଦେଶ ବେହାଲ ହୋଇଯାଇଛି। ତେବେ କ୍ଷଣିକ ଖୁସି ପାଇଁ କେତେ ପ୍ରଦୂଷଣ ହୋଇଛି ତାହା ସୀମା ବାହାରେ। ତେବେ ଏହି ବାଣ ଧୂଆଁରେ କାର୍ବନ ମନୋକ୍ସାଇଡ ରହୁଥିବାରୁ ଏହା ଜୀବଜନ୍ତୁ ଓ ପଶୁ ପକ୍ଷୀଙ୍କ ପାଇଁ ବିପଦ ଜନକ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ସବୁଜ ଦୀପାବଳି ପାଳନ କରିବାର ଆହ୍ୱାନ ପରେ ବି ବାଣ ଫୁଟାଇବା ଦ୍ୱାରା ପ୍ରଦୂଷଣ ସୀମା ଟପିଯାଇଛି।
