ପ୍ରଧାନମନ୍ତ୍ରୀ ବାସଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଆଜି ସନ୍ଧ୍ୟାରେ ହଠାତ୍ ପ୍ରଧାନମନ୍ତ୍ରୀ ବାସଭବନରେ ନିଆଁ ଲାଗିଯାଇତିବା ଜଣାଯାଇଛି। ତେବେ ସନ୍ଧ୍ୟା ପ୍ରାୟ ୮ଟା ସମୟରେ ପ୍ରଧାନମନ୍ତ୍ରୀ ବଙ୍ଗଳା ଆବାସ ନଂ-୯ରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହା ଏସପିଜିର ରିସେପସନ୍ ରୁମ୍ ବୋଲି ଜଣାପଡିଛି। ଏ ନେଇ ୯ଟି ଦମକଳ ନିୟୋଜିତ କରାଯାଇଥିଲା।

ତେବେ ନିଆଁକୁ ଆୟତ୍ତ କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ ଟ୍ୱିଟ୍ ଯୋଗେ ଜଣାଇ ଦିଆଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।