ନୂଆଦିଲ୍ଲୀ: ଦିଲ୍ଲୀର ମୁଖାର୍ଜୀ ନଗରସ୍ଥିତ ସଂସ୍କୃତି କୋଚିଂ ସେଣ୍ଟରରେ ନିଆଁ ଲାଗିଥିବା ଜଣାପଡ଼ିଛି । କୋଚିଂରେ ପଢ଼ୁଥିବା ଛାତ୍ରଛାତ୍ରୀ ଛାତରୁ ଡେଇଁ ଜୀବନ ବଞ୍ଚାଇଛନ୍ତି । ୧୧ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦଉଡ଼ି ସାହଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ନିଆଁ ଲାଗିବା ପଛର କାରଣ ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନାହିଁ ।
ଦମକଳ ବିଭାଗ ମୁତାବକ, ସମସ୍ତ ଛାତ୍ରଙ୍କ ଉଦ୍ଧାର ସରିଛି । କୌଣସି ଛାତ୍ର ଗମ୍ଭୀର ଭାବେ ଆହତ ହୋଇନାହାନ୍ତି । ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।