ଅଘୋଷିିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ଧାରଣା

ନୂଆଦିଲ୍ଲୀ: ଅଘୋଷିତ ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ବେଲପଡ଼ା ବିଜେପି ପକ୍ଷରୁ TPCODL କାର୍ଯ୍ୟାଳୟ ଘେରାଉ କରାଯାଇଛି । ପ୍ରଚଣ୍ଡ ଗୁଳୁଗୁଳି ମଧ୍ୟରେ ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ କାଟ ବିରୋଧରେ ରାଜ୍ୟ ବିଜେପି ଡାକରାରେ ଏହି ଆନ୍ଦୋଳନ କରାଯାଇଛି । ବେଲପଡ଼ା ବିଜେପି ପକ୍ଷରୁ ବିଜେପି ମଣ୍ଡଳ ସଭାପତି କୁନୁ ମୁଣ୍ଡାଙ୍କ ନେତୃତ୍ୱରେ TPCODL କାର୍ଯ୍ୟାଳୟ ସମ୍ମୁଖରେ ଏହାର ପ୍ରତିବାଦ କରାଯିବା ପରେ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ, ଶବଦ ମିର୍ଧା, ସାଂସଦଙ୍କ ନୋମିନି ପ୍ରଶାନ୍ତ ଦାସ, ଶୋଭକାର ମେହେର, ବିଭୁତି ନାୟକ, ଲଳିତ ମିର୍ଧା, ପ୍ରଶାନ୍ତ ସାହୁ, ଜିତେନ୍ଦ୍ର ପାଣିଗ୍ରାହୀ, ସିପୁନ ଖମାରି କାଳିଆ ବାଗ, ମାଟୁ ବୁଡ଼େକ ଓ ଦେବରାଜ ପାଣ୍ଡେ ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ଖପ୍ରାଖୋଲ ବିଦ୍ୟୁତ ବିଭାଗର ଅଫିସରେ ମଧ୍ୟ ଖପ୍ରାଖୋଲ ମଣ୍ଡଳ ସଭାପତି ଦେବକାନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ସତ୍ୟାନନ୍ଦ ସେନ୍ଦ୍ରିଆ, ନାରାୟଣ ଦଣ୍ଡସେନା, ଶିବ ସୁନାଙ୍କ ସମେତ ବହୁ ବିଜେପି କର୍ମୀ ଧାରଣାରେ ବସିବା ସହ ମୁଖ୍ୟମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି ଦେଇଥିଲେ । ଖପ୍ରାଖୋଲ ଓ ବେଲପଡ଼ାରେ ବିଦ୍ୟୁତ ବିଭ୍ରାଟ ତୁରନ୍ତ ବନ୍ଦ ନକଲେ ଆଗାମୀ ଦିନରେ ଜୋରଦାର ଜନ ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।