ସଟ ସର୍କିଟରୁ ଅଗ୍ନିକାଣ୍ଡ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ବସଷ୍ଟାଣ୍ଡସ୍ଥିତ ମାର୍କେଟରେ କାକା ଫାଷ୍ଟଫୁଡ ଦୋକାନରେ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି । ଏଥିରେ ବିଦ୍ୟୁତ ସାମଗ୍ରୀ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ମଙ୍ଗଳବାର ରାତିରେ ମାଲିକ ଆଲୋକ ପ୍ରସାଦ ଦାଶ ଓ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ବୁଧବାର ସକାଳ ୧୧ଟାରେ ଦୋକାନ ଖୋଲି ଦେଖିବାରୁ ବିଦ୍ୟୁତ ସଟ୍ ସର୍କିଟରେ ସବୁ ପୋଡ଼ି ନଷ୍ଟ ହୋଇଯାଇଛି । ଏଥିରେ ଫ୍ରିଜର, ବିଦ୍ୟୁତ ସାମଗ୍ରୀ ଓ ପାଣି ଡ୍ରମ୍ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ଆଲୋକ ଏହି ଦୋକାନରୁ ଗୁଜୁରାଣ ମେଣ୍ଟାଉଥିବା ବେଳେ ଏଭଳି ଘଟଣା ଯୋଗୁ ଭାଙ୍ଗି ପଡ଼ିଛନ୍ତି । ସେଥିପାଇଁ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇ କ୍ଷତିପୂରଣ ଯୋଗାଇ ଦେଲେ ସେ ପୁଣିଥରେ ଦୋକାନ ଖୋଲିପାରନ୍ତେ ବୋଲି ଆଲୋକ କହିଛନ୍ତି ।