ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍ ଟୁହିଲାମାଳ ପଞ୍ଚାୟତରେ ୫୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଏହି ଯୋଗ୍ୟ ହିତାଧିକାରୀକୁ ଭତ୍ତା ମିଳୁ ନଥିବାରୁ ବୁଧବାର ଦ୍ବିତୀୟ ଥର ପାଇଁ ସେମାନେ ଧାରଣାରେ ବସିଛନ୍ତି। ପୂର୍ବରୁ ମେ’ ୧୬ ତାରିଖରେ ଧାରଣା ଦେଇଥିଲେ। କିଛି ସୁଫଳ ନମିଳିବାରୁ ପୁଣି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି ବହୁଦିନ ପଞ୍ଚାୟତ ସମେତ ବ୍ଲକ୍କୁ ଦୌଡି ଦୌଡି ନୟାନ୍ତ ହୋଇ ସାରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ବାଧ୍ୟ ହୋଇ ସେମାନେ ଏପରି ପଦକ୍ଷେପ ନେବାକୁ ନିଷ୍ପତି ନେଇଛନ୍ତି।
ସେମାନେ ହେଲେ ଟୁହିଲାମାଳ ଗ୍ରାମର ଇନ୍ଦ୍ରମଣି ମହାକୁଡ, ରତ୍ନାକର ଗଡନାଏକ, ବିଜୟ ମହାକୁଳ, ଭୀମସେନ ପ୍ରଧାନ, ଲକ୍ଷ୍ମୀଧର ନାଏକ, କୈଳାସ ନାଏକ, ତରଣୀସେନ ଭୋଇ, ଅନ୍ନପୂର୍ଣ୍ଣା ଭୋଇ, ବୁଢୀ ଭୋଇ ସମେତ ୫୦ରୁ ଊର୍ଦ୍ଧ୍ବ ହିତାଧିକାରୀ। ଆନ୍ଦୋଳନର ଖବରପାଇ ରିଆମାଳ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଭୂପେନ୍ଦ୍ର କୁମାର ପ୍ରଧାନ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେମାନେ ଚେତବାନୀ ଦେଇଥିଲେ। ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ପୁଣି ଥରେ ଅନଲାଇନରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ।ଟାର୍ଗେଟ ଆସିଲେ ଭତ୍ତା ଯୋଗାଇ ଦିଆଯିବ ବୋଲି କହିବାରୁ ଧାରଣା ହଟିଥିଲା।