ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଂଚଳରେ ଭାଉଜକୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଧମକାଇବା ଅଭିଯୋଗରେ ଦିଅରକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କଳାକାନୁ ପୋଦାର(୩୩) ବୋଲି ବ୍ରଜରାଜନଗର ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ପୀଡ଼ିତା ଜଣକ ଅପରାହ୍ନ ସମୟରେ ନିଜ ଘରେ ଏକା ଥିବାବେଳେ କଲକାନୁ ଘରକୁ ଆସି ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା। ମହିଳା ଜଣକ ଏହାକୁ ବିରୋଧ କରି ପାଟି କରିଥିଲେ। ତେବେ ଏ ବାବଦରେ କାହାକୁ ଜଣାଇଲେ ତାଙ୍କୁ ଜୀବନରୁ ମାରିଦେବ ବୋଲି କଲାକାନୁ ଧମକ ଦେଇ ଫେରାର ହୋଇଯାଇଥିଲା । ଏନେଇ ମହିଳା ଜଣକ ନିଜ ପରିବାରବର୍ଗଙ୍କୁ ଜଣାଇବା ସହ ବ୍ରଜରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଏଥିସହିତ ଆଜି ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ବ୍ରଜରାଜନଗର ପୁଲିସ ସୂଚନା ଦେଇଛି।