ମାସ୍କ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: ଜଣେ ଶ୍ରମିକ ମୃତ, ୧୫ ଗୁରୁତର

ଗାନ୍ଧୀନଗର,ଏଜେନ୍ସି: ମାସ୍କ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ। ଫଳରେ ଜଣେ ପ୍ରାଣ ହରାଇଥିବା ବେଳେ ୧୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୋମବାର ଭୋରରେ ସୁରତର ୱାରେଲି ଗାଁରେ ଥିବା ଏକ ମାସ୍କ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି। ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଫ୍ୟାକ୍ଟ୍ରିରେ ଅଚାନକ ନିଆଁ ଲାଗିଥିଲା। ଫଳରେ କାରଖାନାରେ ପାଖାପାଖି ୨୦୦ ଶ୍ରମିକ ଫସି ରହିଥିଲେ। ନିଆଁ ଲାଗିଥିବା ଦେଖି ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସାହାଯ୍ୟରେ ଫସି ରହିଥିବା ଶ୍ରମିକ ମାନଙ୍କୁ ୪ ମହଲାରୁ ଉଦ୍ଧାର କରିଛନ୍ତି। ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ସାରା ପରିବେଶ ଧୂଆଁମୟ ହୋଇଯାଇଥିଲା। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଥିବା ଅଧିକାରୀ କହିଛନ୍ତି।