ଆତଙ୍କୀ ଆକ୍ରମଣ ସନ୍ଦେହ, ଆସାମରେ ହାଇ ଆଲର୍ଟ

ଦିସପୁର,ଏଜେନ୍ସି: ଆସାମରେ ରେଡ ଆଲର୍ଟ ଜାରି। ପାକିସ୍ତାନ ଆଇଏସଆଇ ଏବଂ ଅଲ-କାଏଦା ସାମ୍ପ୍ରଦାୟିକ ହିଂସା ସୃଷ୍ଟି ନେଇ ଗୁଇନ୍ଦା ତଥ୍ୟ ପାଇବା ପରେ ରାଜ୍ୟରେ ରେଡ ଆଲର୍ଟ ଜାରି କରିଛି ଆସାମ ପୁଲିସ। ସାମ୍ପ୍ରଦାୟିକ ହିଂସା ନେଇ ଶନିବାର ପ୍ରତି ଜିଲ୍ଲା ପୁଲିସ ହେଡକ୍ବାର୍ଟରକୁ ଏହି ସୂଚନା ଦିଆଯାଇଥିଲା।

ଆସାମ ପୁଲିସ ଏଡିଜିପି ହିରେନ ନାଥ ଗଣମାଧ୍ୟମକୁ କହିଛନ୍ତି ଗୌହାଟୀର ଲାଖ୍ରା ସହରରେ ଅକ୍ଟୋବର ୬ ତାରିଖରେ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ଏହାପରେ ସମସ୍ତ ଏସପିଙ୍କୁ ଜରୁରୀକାଳୀନ ବାର୍ତ୍ତା ପଠାଯାଇଥିଲା। ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଜରୁରୀକାଳୀନ ନିର୍ଦ୍ଦେଶ ଜାରି କରାଯାଇଥିବା କହିଛନ୍ତି ପୁଲିସ ଏଡିଜିପି।

ଆଇଏସଆଇଏସ କାଶ୍ମୀରକୁ ନେଇ ଏକ ଭିଡିଓ ଜାରି କରିଥିଲା। ଯାହା ଆସମରେ ମୁସଲିମଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ମଧ୍ୟ ଉଠିଥିଲା। ସମାନ ଭାବରେ, ବିଶ୍ବ ଇସଲାମିକ ଦେଶଗୁଡିକର ପ୍ଲାଟଫର୍ମ ଓଆଇସି ମଧ୍ୟ ଆସାମର ଡାରଙ୍ଗ ଜିଲ୍ଲାରେ ସାମ୍ପ୍ରଦାୟିକ ଉଚ୍ଛେଦ କରି ସାରା ବିଶ୍ୱରେ ପ୍ରଚାର ଆରମ୍ଭ କରିଥିଲା।