ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଭଦ୍ରକ ଜିଲ୍ଲା ବିଜେପି ସଭାପତି

ଭଦ୍ରକ,ଏନ୍ଏନ୍ଏସ୍: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢ଼ୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଭଦ୍ରକ ଜିଲ୍ଲା ପାଇଁ ଦୁଇଟି ଦାବି ରଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତକାର ବେଳେ ଅନ୍ୟ କର୍ମଚାରୀମାନେ ମଧ୍ୟ ଭଦ୍ରକ ଜିଲ୍ଲା ବିଜେପି ସଭାପତିଙ୍କ ସହ ଉପସ୍ଥିତ ରହିଥିଲେ।

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଉ। ଏଥିସହ ଭଦ୍ରକରୁ ଧାମରା ରେଳ ଚଳାଚଳ ଆରମ୍ଭ କରାଯିବାକୁ ଦାବି କରିଛନ୍ତି ଭଦ୍ରକ ଜିଲ୍ଲା ବିଜେପି ସଭାପତି। ୧୯୪୮ ମସିହାରୁ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ଥାପିତ ହୋଇଛି ଓ ଏହି କଲେଜକୁ ବିଗତ ବର୍ଷରେ ଅନେକ ଥର ନାକ୍‌ ଟିମ ପରିଦର୍ଶନ କରି ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ହକ୍‌ଦାର ବୋଲି ମତ ଦେଇଛି। ମୋଟ ୨୭ ଏକର ଜମିରେ ସ୍ଥାପିତ ହୋଇଛି ଏହି ମହାବିଦ୍ୟାଳୟ।