ପାରାଦ୍ୱୀପ ଆଇଓସିଏଲ ତେଲ ଡିପୋରେ ଅଗ୍ନିକାଣ୍ଡ

ପାରାଦ୍ୱୀପ,ଏନ୍ଏନ୍ଏସ୍: ତେଲ ଡିପୋରେ ଅଗ୍ନିକାଣ୍ଡ। ପାରାଦ୍ୱୀପ ଆଇଓସିଏଲ ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୨ଟି ଦମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଥିବା ଜଣାପଡିଛି। ସୂଚନା ଅନୁସାରେ, ପାରାଦ୍ୱୀପ ବାଉରିଆପାଳନ୍ଦାରେ ଥିବା ଆଇଓସିଏଲ ଗ୍ୟାସ୍ ମାର୍କେଟିଂ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ଟର୍ମିନାଲରେ ଏଲପିଜି ଗ୍ୟାସ୍ ଷ୍ଟକ୍ ଥିବା ଜଣାପଡିଛି।

ଏହାସହିତ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ଟିମ୍ ଉଦ୍ୟମ ଜାରି ରଖିଛି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଏଯାଏ ଜଣାପଡିନାହିଁ। ସେପଟେ ଘଟଣାସ୍ଥଳରେ ସ୍ଥାନୀୟ ଆଇଓସିଏଲ ଅଧିକାରୀ ପହଞ୍ଚିଥିବା ଜଣାପଡିଛି।