ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ: ଦେଶରେ ୨୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୧୧୭ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ଭୂତାଣୁ ସଂକ୍ରମଣ ପୁଣି ଦୃତ ଗତିରେ ବଢ଼ୁଛି। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟାରେ ଦେଶରୁ ୨୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଗତକାଲି ରିପୋର୍ଟରେ ୨୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୨୩,୨୮୫ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି ଏବଂ ୧୧୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶର ୧୫,୧୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମଣ ମାମଲା ବୃଦ୍ଧି ହୋଇ ୧ କୋଟି ୧୩ ଲକ୍ଷ ୮ ହଜାର ୮୪୬ରେ ପହଞ୍ଚିଛି। ସେଥିରୁ ୧ ଲକ୍ଷ ୫୮ ହଜାର ୩୦୬ ଜଣଙ୍କ ପ୍ରାଣହାନି ହୋଇସାରିଥିବା ବେଳେ ୧ କୋଟି ୯ ଲକ୍ଷ ୫୩ ହଜାର ୩୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍ ସଂଖ୍ୟା ୧ ଲକ୍ଷ ୯୭ ହଜାର ୨୩୭ ରହିଛି।