ଫର୍ଣ୍ଣିଚର ସୋ-ରୁମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ

ଗୁଣପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର ସହରସ୍ଥିତ ଗ୍ରାମଦେବତୀ ମନ୍ଦିର ସମ୍ମୁଖରେ ଥିବା ଏକ ଫର୍ଣ୍ଣିଚର ସୋ-ରୁମରେ ଆଜି ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ସ୍ଥାନୀୟ ଗ୍ରାମଦେବତୀ ମନ୍ଦିର ସମ୍ମୁଖରେ ଥିବା ଏକ ଫର୍ଣ୍ଣିଚର ସୋ-ରୁମରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏହି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରେ ସୋ-ରୁମରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ତେବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଥିବା ଅନୁମାନ କରାଯାଉଛି।